Saturday, April 24, 2010

ତୁମେ

ତୁମେ
ତୁମ ସୃଷ୍ଟ ପୁଷ୍ପର ସୌରଭ,
କି ମହକ ପ୍ରଭୁ!
ତା’ରି ତୁଳେ ମୁହିଁ ଖୋଜେ ତୁମ ଗନ୍ଧମାଳ |

ତୁମ ସୃଷ୍ଟ ଆକାଶ ସୁନୀଳ,
କି ସୁନ୍ଦର ପ୍ରଭୁ!
ଠିକଣା ଦେଇଯାଏ ତୁମରି ରୂପର |

କୋକିଳ ଟି ତୁମ ହାତ ଗଢା,
କି ମଧୁର ସୁର!
ସେହିରାବେ ଅନୁଭବେ ତୁମ ମଧୁସ୍ଵର |

ରକ୍ତିମ ବୀରବହୁବାଟୀ,
ତୁମ କୃତ କଳା,
କି କୋମଳ ପ୍ରଭୁ!
ସ୍ପର୍ଶ ଦିଏ ତୁମରି ତ୍ଵଚାର |

ପୁଷ୍ପବୁକେ ରସର ସମ୍ଭାର,
କି ମଧୁର ପ୍ରଭୁ!
ତୁମ ରସର ଏକି ଚମତ୍କାର |

ତୁମ ସୃଷ୍ଟି,
ସଦା ପାଇଁ ସତ୍ୟ ଶିବ ସବୁଠୁ ସୁନ୍ଦର |
ଆଉ ତୁମେ?
ଆଉ ମୁଁ?
ସତ୍ୟର ବହୁ ଦୂରେ,
ସ୍ଵାର୍ଥର ଦୈନିକ ସାଧନା,
ତୁମ ବିଳଠାରୁ ଦୂର ଯିବାର ଆକାଂକ୍ଷା ଅନନ୍ତ!!

ମୁଁ କ’ଣ ତୁମ ସୃଷ୍ଟି ନୁହେଁ?
ସମସ୍ତେ ତୁମର! ଆଉ ମୁଁ ଏକା ପର?
ତୁମ ସତ୍ୟ, ତୁମ ଧର୍ମ,
ମୋ ଠାରୁ ଦୂର!
ତୁମ ବାହୁର ଆଶ୍ଵାସନା, ସୃଷ୍ଟିର ଆଧାର|
ଏହା କ’ଣ ମୋ ପାଇଁ ନୁହେଁ !

1 comment:

SWASTIK said...

ଅଭିରାମ ବାବୁ ଆପଣକଂ ବ୍ଲୋଗ ବଲ ଲାଗୀଲା, ଏମିତି ନିଯମିତ ଭାବେ ପୋସ୍ଟ କରିଥାନ୍ତୁ ଅମେ ଅଛୁ ପଢିବା ପାଈ

ଆପଣକଂ ବ୍ଲୋଗ http://orissablogdirectory.blogspot.com/
ରେ ୟୋଡିବା ପାଈ ଅନୁରୋଧ