ନୈବେଦ୍ୟ

ଆଶା


ମୋ କବିତାର ପଦ
ମୋ ଲେଖନୀର ବିନ୍ଦୁ, ରେଖା,
ମୋ ତୁଳୀର ରଙ୍ଗ ,
ମୋ ପୁସ୍ତକର ପୃଷ୍ଠା,
ମୋ ଦୃଷ୍ଟିର ଆଲୁଅ,
ସବୁ ଆସି ଏକା ଗମ୍ଭୀରା ଭିତରେ,
ଜୀବନ ଗମ୍ଭୀର,
ଆକାଶର ଅନନ୍ତ ଅସୀମ ପରିଧି ମଧ୍ୟରେ ରାହା ଖୋଜେ,
ପୃଥିବିର ଦଶ ଦିଗନ୍ତରେ ବାଟ ଦିଶେ ନାହିଁ
ଦୃଷ୍ଟି ପୁଣି ଆଜି ହୁଏ ସ୍ଥିର,
ଜୀବନ ରାହାର ଦିଗ ଏଷଣାରେ |


ଆଶା ଏକ ଦୀପ ଶିଖା ପାଇଁ,
ଅନ୍ଧାରେ ଆଲୁଅ ବାଣ୍ଟିବ |
ଆଶା ଏକ ସିନ୍ଦୁର ବିନ୍ଦୁ ପାଇଁ,
ପ୍ରଣୟିନୀର ମୁଖ ସଜାଇବ |
ଆଶା ଏକ କାକର ବିନ୍ଦୁ ପାଇଁ,
ନିରସ ଧରାରେ ତୃଣ ମୂଳେ
ଜୀବନସଲିଳର ସ୍ପର୍ଷ କରାଇବ |
ଆଶା ଏକ ମା’ର କୋଳପାଇଁ,
ଶିଶୁ ବକ୍ଷେ ସ୍ନେହ ସଞ୍ଚାରିବ |
ଆଶା ଏକ ସଞ୍ଜୀବନି  ପାଇଁ,
ଲକ୍ଷ୍ମଣର ଶକ୍ତିଭେଦରେ,
ବିକାରର ପୂର୍ଣଚ୍ଛେଦ ଦେବ|
ଆଶା ,
ଚକାଆଖିର "ଏକ" ସ୍ନେହଦୃଷ୍ଟି ପାଇଁ,
ମୋ ଜୀବନ ସାର୍ଥକ ହୋଇବ ||

ତୁମ ସୃଷ୍ଟି

 
ବୁଝେ ନା ଏ ମନ,
ସୃଷ୍ଟି କାହିଁ ଏତିକି ସୁନ୍ଦର,
କାହିଁ ଲାଗେ ମୋତେ, 
ପ୍ରତି କୃତି ସୌମ୍ୟ, 
ସରସ ଆଉ ସ୍ନେହର ଭଣ୍ଡାର|

ଆକାଶର ନାଲି ନେଳି ଛାଇ,
ପାଦପର ରୂପ ସଜା,
କେବେ ବାଢେ ସବୁଜ ଚାଦର,
କେବେ ପୁଣି ରକ୍ତ, ଶ୍ଵେତ, ପିତବାସର ସ୍ମୃତି |
ସମୟର ପରଦାରେ କେତେ ରଂଗର ଖେଳ,
ବୁଝେ ନା ମୁଁ ତୁମ ତୁଳୀର ଚାଲି || 

ପର ବି ସୁନ୍ଦର ଆଉ ପାରାବି ସୁନ୍ଦର, 
ସାରୀବି ସୁନ୍ଦର ଏଠି କୋଇଲିର କଥା ସୁମଧୁର ,
ଗୋରୁର ବାତ୍ସଲ୍ୟରେ, 
ଝରିପଡେ ମମତାର ଅସୀମ ସାଗର | 

ପଥର ରୂପରେ ତୁମେ ସଦା ମନୋହାର, 
ପଥର ଭରା ସଂସାରେ,
ତୁମ ସତ୍ତାର ବୋଧ ବି ମଧୁର |
ବୁଝିପାରେ ନାହିଁ ସୃଷ୍ଟି କାହିଁ ଏତେ ଯେ ସୁନ୍ଦର, 
କାହିଁ ଲାଗେ ସଦା ସୁମଧୁର ?

କୃଷ୍ଣ ବି ସୁନ୍ଦର, 
କୃଷ୍ଣା ବି ସୁନ୍ଦର ,
ରାମ ତ ମଧୁର, 
ରାବଣବି ନୁହେଁ କେବେ ମଧୁରତାର ପର, 
କାହିଁକି ନା, 
ମୃତ୍ୟୁର ସୀମାରେ ସେହି କହେ, 
'ରଖ ମୋର ରାମ ମନୋହର' || 

ବାସ୍ତବରେ ପ୍ରଭୂ, 
କାହିଁକି ଏ ସୃଷ୍ଟି ଏତେ ଭଲ ଲାଗେ? 
କାହିଁକି ଯେ ଏତେ ସୁମଧୁର? 
ତୁମ ସୃଷ୍ଟିର ପ୍ରତିଟି ପରବ, 
ସାଗର, ସରିତା, 
ପଶୁ ,ପକ୍ଷୀ ,
ମାନବର ମାନସ ଚରିତ୍ର,
ତୁମ ତୂଳୀର ପ୍ରତିରଂଗଚିତ୍ର, 
ଆଉ ....     ତୁମ ବଂଶିର ସୂର ||

କେବେ କେବେ ଭାବେ, 
ତୁମେ ଯେ ମଧୁର ପ୍ରଭୂ, 
ତୁମ କୃତ ସୃଷ୍ଟି କିବା ହୋଇପାରେ, ସରଗଠୁ ଦୂର | 
ମୁଁ ଯେ ତୁମର ପ୍ରଭୂ, 
ତୁମ କୃତ ସୃଷ୍ଟିକିବା ହୋଇପାରେ ମୋ ଠାରୁ ପର ||





ହେ ବନ୍ଧୁ .....


ବନ୍ଧୁ ଖୋଜାର ନିଶାରେ ପ୍ରଭୂ,
ଆଜି ପୁଣି ଭୂଲ୍ କରିଗଲି |
ସୁନାର ସମ୍ଭାର ଛାଡି,
ଲୁହାର ମୋହରେ,
କଷ୍ଟ କିଣିଗଲି ||
ମୋ କାଳିଆର ମଧୁର ଅଧର,
ଚକା ଆଖିର ସ୍ନେହର ସାଗର,
ଦୟଣା, ତୁଳସୀ ଭରା,
ସୁନ୍ଦର , ସରସ,
ସୃଷ୍ଟିର ହୁଅ ବା ନୁହ..
ମୋ ସୃଷ୍ଟିର..,
ମୋ ସ୍ଥିତିର,
ମୋ ଗତିର,
ମୋ ମତିର,
ଏକ ହିଁ ଆଧାର |
ତୋ ଆସରା ବିନା ମୋ ସ୍ଥିତି ଅସମ୍ଭବ , ସ୍ୱପ୍ନ ଆରପାର ||
ସୁନ୍ଦରତାର ପରିଭାଷା ତୁହି ,
ସ୍ନେହର ଗଭୀର ଭଣ୍ଡାର,
ପ୍ରତି ପ୍ରଶ୍ନର ଉତ୍ତର ତୁହି,
ପ୍ରତିଟି ପଲକେ,
ମୋ ଚଂଚଳ ମନେ ବୁଣି ହେଉଥିବା,
ସ୍ଵପ୍ନ ସାଗରର ,ତୁହି ଏକା ସ୍ଵରୂପ ସାକାର ||
ମନ୍ଦ ବୁଦ୍ଧି ମୁହିଁ,
ତୋ ବିନା ବଂଚିବାର ବଡ ଆକସ୍ମିକ ସ୍ଵପ୍ନ !
ଭୁଲିଗଲି ପ୍ରଭୂ.....
ମେଘ କେବେ ବଂଚି ପାରେ ନାହିଁ,
ଗଗନର ଗାଲିଚା ବାହାର |
ନୀର ବିନା ମୀନ  କିବା ବଂଚେ,
ସେହି ତାର ଜୀବନ ସାଗର |
ବତ୍ସା ଅବା ବଂଚି କି ପାରିବ,
ମାଁ ଗାଈର ସ୍ନେହ ତା ଆସାର ||
ମୁଁ ପରା ତୋରି ସୃଷ୍ଟି,
ତୋ ବିନୁ ମୋ ସ୍ଥିତିର ରହେକି  ଆଧାର ??
ତୋ ଓଠ ବିନା,
 ମୋ ଓଠେ କି ହସ ଫୁଟି ପାରେ |
 ତୋ ଆଖି ବିନା କି,
 ମୋ ଆଖି ଦର୍ଶନର ସ୍ଵପ୍ନ ଦେଖି ପାରେ ?
ତୋ କାନ ବିନା କି ମୋ ଶ୍ରବଣ ସମ୍ଭବ ||
ତୋ ବିନା ଜୀବନ ପ୍ରଭୂ ଦୁଃଖର ସାଗର,
ଅନ୍ଧାର ଗହ୍ଵର ଭରା,
ସାହାରା ମୋ ନାହିଁ ,
ଅନ୍ଧାର ଯୁଗକୁ ଲାଗେ ମୋତେ ଡର ||
ତୋ ପୁଷ୍ପ ଆଜି ମାଗୁ ନାହିଁ ପ୍ରଭୂ,
ସୁରଭିର ଏକ ବିନ୍ଦୁ ଝାଡି ଦେଇ ଯିବୁ ,
 କାଳେ ତୋ ଶ୍ରୀଅଂଗରେ ହେବ ପୁଷ୍ପର ଅଭାବ,
କରିଯିବ ତୋତେ ଅସୁନ୍ଦର |
ଚନ୍ଦନ ବି ଆଜି ମାଗୁନାହିଁ ,
କାଳେ ଶ୍ରୀଖଣ୍ଡ ଅଭାବେ,
ତୋ ଶରୀରେ ହୋଇ ଯିବ ଦାହର ସଂଚାର |
ଅଭଡା ଅଲୋଡା ପ୍ରଭୂ,
କାଳେ ତୋରି ବଡ ପେଟେ,
କରାଇବ ଭୋକର ସଂଚାର ||
ଲୋଡା ମୋତେ ତୋରି ଆଶିଷ,
ଲୋଡା ମୋତେ ଗୋଟିଏ ବିଶ୍ଵାସ,
ମୋତେ ତୋଠୁ ନ କରିବୁ ପର |
ଛାଡି ଯିବୁ ନାହିଁ,
ମୋ ମନର ହୋଇଥିବୁ ଚୀର ଦିନ ସାଥି,
ମୋ ଜୀବନ ସାଥି,
ବଂଚିବାର ଇଚ୍ଛାନାହିଁ ,
ତୋ ଶ୍ରୀମୁଖ ଦର୍ଶନ ବିନା |
ମୋ ସୃଷ୍ଟିର ସ୍ଵପ୍ନ ଦେଖିବୁନି,
ତୋ ଶ୍ରୀହସ୍ତର ମଧୁସ୍ପର୍ଶ ବିନା |
ଇଚ୍ଛା ଯଦି ଏକା କରିବାକୁ,
ଛାଡି ଦେବୁ ନେଇ,
କୋଇଲି ବୈକୁଂଠେ , ତୋରି ସ୍ମଶାନେ,
ଲୋଡା ନାହିଁ ସଂସାର ଯାତନା ||

କନ୍ନୁର, ତା . ୮/୧/୨୦୧୨, ରବିବାର, ଅପରାହ୍ଣ ୧୨:୨୩





 

No comments: