Fb posts 2020


ମୋ ସପ୍ତରଙ୍ଗ ମୋ ଆଦ୍ୟା...
ମାଁ ରେ,
ତୁ ମୋ ତୁଳୀର ରଙ୍ଗ,
ମୋ ଶ୍ୟାମ ତୁ, ମୋ ଶ୍ୟାମା ତୁ,
ମୋ ସପ୍ତରଙ୍ଗୀ ଚିତ୍ର ତୁ,
ମୋ ସପ୍ତସ୍ୱରୀ ସଙ୍ଗୀତ ତୁ,
ତୋ କୁନି କୁନି ସୃଷ୍ଟି ଭରେ,
ମନେ କୋଟି ଖୁସିର ଉନ୍ମାଦ,
ମୋ ମନର ଶାନ୍ତି ତୁ,
ପ୍ରିତୀ ତୁ.. ।।
ମାଁ ରେ,
ମୋ ଆଦି ତୁ ମୋ ଅନ୍ତ ତୁ,
ଜୀବନର ପ୍ରବାହରେ,
ବସନ୍ତର ଅନ୍ତରା ତୁ,
ଗ୍ରୀଷ୍ମର ଉଷ୍ମତାରେ,
ମଳୟର ଶୈତ୍ୟ ତୁ,
ମାଁ ରେ,
ମୋ ଜୀବନ ହୋଲିରେ
ସପ୍ତରଙ୍ଗ ତୁ..।।
ମାଁ ରେ
ମୋ ଲକ୍ଷ୍ମୀ ତୁ,
ମୋ ସାବିତ୍ରୀ ତୁ,
କୃଷ୍ଣ ପ୍ରିୟା ମୀରା ବି ତୁ,
ମୋ ଆଦିଲକ୍ଷ୍ମୀ ତୁ,
ମୋ ଆଦ୍ୟାଶ୍ରୀ ତୁ,
ମୋ ଜୀବନ ହୋଲିର,

ସପ୍ତରଙ୍ଗ ତୁ...।।

ବିବାହ ବାର୍ଷିକୀର ଚିନ୍ତନ...
ସୁଖ ଦୁଃଖ ଭରା ଜୀଵନ ସାଥିରେ,
 ଛାଇ ଖରାର ଜୀବନ।
ଜୀଵନ ପଥରେ ସାଥେ  ଚାଲିଚାଲି,
କଟିଯିବ ମାସ ଦିନ ।।
ଆଜି ମୋ ହାତରେ ଆହୂଲା କି ଆଛି,
କାଲି ତୋ ହାତେ ରେ ନାବ,
ସୁଖରେ ପ୍ରୀତିରେ ନିମିଷ , ବରଷ,
କାଳିଆ କରିଛି ଠାବ ।।
ଧର୍ମରେ ମୁଁଥିବି, ଧର୍ମରେ ତୁ ଥିବୁ
ନ ଥିବ କାହାକୁ ଡର,
ଆଠ ବରଷ କି ଆଠ ଜୀବନରେ ,
ଜମ କିବା ଦେବ ଠାର ।
ଗୁରୁ ଆଶୀର୍ବାଦ, ଦେବ ଆଶୀର୍ବାଦ
ପିତୃମାତୃ ହାତ ଯଶ,
କୁନା କୁନି ସ୍ନେହ ଜୀବନେ ଭରିବ,
ସରସ ସୁବାଷ ହସ।।
ଏଇ ତ ଜୀଵନ, ମଧୁ ଚନ୍ଦନର,
ପ୍ରେମ - ସ୍ନେହ ଗୁରୁ - ଭାରି,
ଅଜଣା ସାଥି ବି ପ୍ରୀତି ବନ୍ଧନରେ,
ହୁଏ ଚୀର ସହଚରୀ।।

 ବନ୍ଧୁ ମିଳନ...

ବନ୍ଧୁରେ ତୋର ସାଥି ସୁମଧୁର,
ସାଗର କାନନେ ଶୀତଳ ସମୀର,
ମଲ୍ଲୀ, ମଲ୍ହାର,
ସୁବାସ, ସୁଧୀର ।
ଦୁଃଖରେ ଦିଏ ଦମ୍ଭ , ପୀରତି,
ଅନ୍ଧାରେ ତୁହି ସନ୍ଧ୍ୟା ଆରତୀ,
ସୁଖେ ଢାଳି ଦିଏ,
ଜୀବନ ଅତର ।।
ଜୀବନ , ଯୌବନ
ଅଚୀର - ଅସ୍ଥିର,
ତୋର ହାତ ସଦା ,
ଆଶା ଆସ୍ଥାର ।
ସ୍ମୃତିରେ ବି ବିଞ୍ଚୁ ହୃଦୟେ ମଳୟ ,
ସାଥି ବିନା ଚୀର ନିରସ ସମୟ,
ତୋ ଦୁଆରେ ସଦା ସୁଖର ବସନ୍ତ
ବୈଶାଖ ଝାଞ୍ଜି ବାନ୍ଧେ ଶୀତ ପର.....


No comments: