Thursday, May 14, 2020

ତୁମ ସତ୍ତାର ସନ୍ଧାନରେ



ମାଁର ମମତା ରେ ତୁମ ସତ୍ତା,
ତୁମ ସ୍ନେହ ବିକାରର କର୍ତା
ମହୁର ମଧୁରତାରେ ବି ତୁମେ,
ରୋଗୀ ପାଇଁ ନିମ୍ବରସରେ ତୁମେ,
ଶିଶୁର ଶୈଶବ ରେ ତୁମ ସତ୍ତା,
ତାରି ଅଳିରେ ତୁମ ସତ୍ତା,
ମାଁର ଅଝଟରେ ବି ତୁମେ,
ତା'ରି ଆବିଳତାରେ ତୁମ ସତ୍ତା,

ଫୁଲର ସୌନ୍ଦର୍ଯ୍ୟରେ ତୁମେ,
ତାରି ମଧୁରସେ ବସ ତୁମେ,
ସନ୍ଧ୍ୟାର ଗେରୁ ଆକାଶରେ ତୁମେ,
ସାଗରର ନୀଳ ଗଭୀରରେ ତୁମେ,
ଚକ୍ଷୁର ପ୍ରତି ମଣ୍ଡଳେ ତୁମେ,
ଚିତ୍ରର ପ୍ରତି ରଙ୍ଗରେ ତୁମେ,
ତୁମ ସତ୍ତାର କାହିଁ ଅନ୍ତ,
ତୁମେ ଶିବ, ଚିର ଅନନ୍ତ ।।

ପ୍ରତି ଜନ୍ମରେ ତୁମ ଖିଅ,
ମୃତ୍ୟୁର ଯବନିକା ତୁମେ ଦିଅ,
ପ୍ରତି କର୍ମର କର୍ତ୍ତା ତୁମେ,
ପ୍ରତି ଧର୍ମର ଚେତ୍ତା ତୁମେ,
ତୁମ ବିବେକକୁ କରି ପର,
ମଣେ ନିଜକୁ ତୁମଠୁ ବଡ଼,
ମୁଁ ତ ନିମିତ୍ତ ମାତ୍ର ପ୍ରଭୁ,
ମୋରି ପ୍ରତି ନିଶ୍ଵାସେ ତୁମେ ।।

No comments: