Fb posts 2019



ନରସିଂହର କୋଳେ
ନରସିଂହର କୋଳେ,
ସବୁଜ , ସ୍ମିତହାସ୍ୟ ର ବନାନୀ
ନୀଳ ଆକାଶ ଓ ନୀଳ ପାହାଡ଼ର ଅନ୍ତରଙ୍ଗତାରେ,
ସୁରୁଜର ପ୍ରକାଶ ଲାଲିମା |
କି ସୁନ୍ଦର,
କି ଆନନ୍ଦମୟ |
ଆନନ୍ଦ ଏଠି ଭକ୍ତିରେ,
ଆନନ୍ଦ ଏଠି ଶାନ୍ତିରେ
ଆନନ୍ଦ ଏଠି ପ୍ରକୃତିରେ |
ହସ ଏଠି ପତ୍ରରେ,
ହସ ଏଠି ପୁଷ୍ପରେ
ହସ ଏଠି ପ୍ରସ୍ତରରେ,
ହସ ହରି-ହର ମନୋହର ତପୋବନେ
ହସ ପ୍ରତି ମାନବରେ..|
ନିରାଶ ମାନବ ମାନସେ,
ଆଶାର ଆଲୋକର ସ୍ରୋତ,
ବିଭତ୍ସ ଆଚାର ଭରା କଳିକାଳେ,
ସୁନ୍ଦର ଚିତ୍ରପଟ,
ମୂମୂର୍ଷୁ ଜୀବନରେ ଅଶୋକର ଆଶାରେ ...
ଗନ୍ଧମାର୍ଦନର ସଂଜୀବନି ଶିଖା..
ତୁମେ ଅମୂଲ୍ୟ, ଅତୁଲ୍ୟ, ସୁନ୍ଦର,
ବିଶ୍ବସୁଖ ଧାମ...
ତୁମ କୋଳେ
ମୁଁ ହିଁ ସୌଭାଗ୍ୟବାନ..||



ଚିଲିକାରେ ସନ୍ଧ୍ୟା
ତୁମ କଲମ ର ଇଙ୍ଗିତରେ...
ନାଚେ ମୁହିଁ , ନାଚେ ଏ ଦୁନିଆଁ,
ତୁମ ତୁଳୀରେ ଅଙ୍କା ଛବି,
କରେ ଆଜି ମନ୍ତ୍ରମୁଗ୍ଧ,
ତୁମ ସୃଷ୍ଟିର ସୌନ୍ଦର୍ଯ୍ୟରେ,
ମୁଁ ଆଜି ବିଭୋର,
ତୁମ ଗଢ଼ା ରଙ୍ଗର ସ୍ପର୍ଶରେ,
ନୀଳ ଦାରିଆରେ ଗେରୁ ରବିର କିରଣ,
ବିଛେଇଛି କାଞ୍ଚନ ଗାଲିଚା,
ଚିଲିକାର ଅପ୍ରତିମ ରୂପ,
ଅରୁଣ ପଶ୍ଚିମ ଭରେ , 
ପ୍ରାଚ୍ୟରେ ଆଉ ଏକ ଅରୁଣୀମାର ଆଶା|
ଆଦି ଅରୁଣରେ ଆଉ ଅନ୍ତବି ଗେରୁଆ..
କି ରଙ୍ଗର ଖେଳ,
ଗେରୁ ରେ ଗେରୁଆ ହୁଏ,
ନୀଳ ରେ କେଶବ...
ପିତ ରେ ପୀତବାସ..ଆଉ ରକ୍ତରେ ମନ୍ଦାର..
ତୁମ ପାଦପୁଷ୍ପରେ ସପ୍ତରଙ୍ଗୀ ଦୁନିଆର ହାଟ..
ସମର୍ପିତ, ତୁମ ପାଦେ
ସବୁ ରଙ୍ଗ, ସବୁ ସୂର ଆଉ ତାଳ
ବୁଦ୍ଧିର କବଚ ସୀମାରୁ ବହୁଦୂରେ,
ମାନବ ମସ୍ତିଷ୍କର ପରିଧିଭୂତ ନୁହଁ ତୁମ ରଙ୍ଗର ଖେଳ,
ଆହେ ମହାବାହୁ!
ତୁମେ ହିଁ ଆଦି ଆଉ ତୁମେ ହିଁ ଅନନ୍ତ..||



No comments: