Tuesday, January 19, 2010

ମୁଁ ଓଡିଆ

ମୁଁ  ଓଡିଆ,
କେରଳର ଗୁରୁବାୟୁରଦର୍ଶନ ରେ ,
ପ୍ରତି ଦେବାଳୟର ସଂଜ ଦୀପରେ,
ମନେପଡେ ମୋ କାଳିଆ


ନୀଳ ଦରିଆର ପ୍ରତି ପାରାବାର,
କୁମରକ୍କମ୍ ର ଜଳ-ନାରିକେଳ,
ସ୍ମୃତି ଦିଏ,
ଚିଲିକାର ନୀଳବଣର ସଜିଆ


ସମ୍ବର,ଇଡିଲିର ବାସ,
ଶହ ପିଠା-ମିଠା, ମନ ମାନେ ନାହିଁ
ମନେ ପଡେ ସଦା,
କାଳିଆର ଡାଲମା ବାଡିଆ


ସଂଜ ନଇଁଲେ,
ନିଦ ଆଖି ପାଖେ, ମନେ ନାଚେ,
ଜେଜେମାଁ କୋଳର,
ଗପ-ଗୀତ ନାନାବାଇଆ


ଭରତ ନାଟ୍ୟମ୍, କଥକଲିମେଳ,
ଆଖି ସିନା ଦେଖେ,
ମନେ ନାଚେ,
ଓଡିଶୀ, ଘୁମୁରା, ବାଘନାଚ ମୋର ବଢିଆ


ମୁନାର ସୁନ୍ଦର,
ଅଲେପି ସୁନ୍ଦର,
ନଡିଆ ବାଡରେ ନୀଳ ନୀର ଭଲ,
ମନ କାହିଁ ଖୋଜେ,
ଫୁର୍ଲିଝରନ୍ କୋଳେ ଦୃଶ୍ୟ-ସାଗୁଆ


ତ୍ରିବେନ୍ଦ୍ରମ୍ ର ଉଚ୍ଚ ଶିବାଳୟ,
ଗଣେଶ ମେଳରେ,
ଅଗ୍ରଜ କୁମାର,
ଅନନ୍ତ ବାସୁଦେବ ମନ୍ଦିର ବିଶାଳ,
ମନେପଡେ, ବାଇଶି ପାହିଆ ।

ବିନ୍ଦୁ ସାଗର,
ଧରମପଦର ବଡ ମୁଣ୍ଡିଆ ।
ଯହିଁ ଯାଏ ମୁହିଁ ମନେପଡେ ମୋତେ,
ମାଁ ତୋର କୋଳ,
ମୁଁ ସଦା ପାଇଁ ଓଡିଆ

Monday, January 4, 2010

ମାଁ ଭାରତୀ



ଯାହା ନାହିଁ ଭାରତେ,
ତାହା ନାହିଁ ଜଗତେ  ।
ସବୁଜ ବନାନୀର ମେଳ,
ବାଳକୃଷ୍ଣର ହସ,
ଉଚ୍ଚ ପାହାଡର ଶୁଭେଚ୍ଛା,
ଝରିପଡି ମିଶିଯାଏ,
ମଳୟ ବାଆରେ,
ମଧୁର ରାହାରେ ।
ଜୀବନ ମୋର ଧନ୍ୟ ଧନ୍ୟହୁଏ ,
ପାବନ ପବନ ସେଇ
ମାଁ ପାଦ ଚୁମି ଆସେ,
ମୋ ଶରୀର ଛୁଇଁ ଯାଏ,
ଭାଗ୍ୟ ମୋର ଲମ୍ବିଯାଏ ତା'ରି ପାଦ ତଳକୁ ।
ଏହି ତନେ ବିକଶିତ ଜୀବନର କୃତି,
ମାତୃ କୋଳେ ସ୍ଥିତି ଆଂକେ,
ନୀଳ ନୁଆଁରେଖା,
ଜୀବନ ରେଖାର, କାଳିମାକୁ କାଟି କାଟି ଯାଏ,
ଧନ୍ୟ ମାଁ ତୁହି,
ଆଶିଷ ଦେ,
ଲୋଟିଯାଏ ମୁହିଁ , ତୋରି ସେହି ସରସ କୋଳରେ,
ତୋ ବର୍ଷିତ ସ୍ନେହ ଵିନ୍ଦୁ ପାଇଁ ॥