ମୁକ୍ତି
ମୁକ୍ତି,
ମୁକ୍ତି,
ତା’ର ସ୍ଵାଦ ହିଁ ଅନନ୍ତ,
ସୀମା ହରା ଗଗନର ପାର
ମଧୁର ,
ସୁନ୍ଦର,
ସୃଷ୍ଟିର ଶ୍ରେଷ୍ଠତମ ଭେଟି,
ସେନ୍ଟିମିଟର ବା କିଲୋଗ୍ରାମ ର ମାପର ବାହାରେ,
ଅକଳିତ ଖୁସିର ଖଣି,
ଆଉ କେତେ ଦୂର?
ଶରଧାବାଲିର କଣ ସ୍ପର୍ଷ,
ତା’ ତୁଳସୀର ବାସ ର ମହକ,
ଆଉ କେତେ ବାର?
ଦଶ ଦିନେ ଦଶ ମାସ ର କଷ୍ଟ ଅନୁଭବେ |
ମୁକ୍ତି ପାଇଁ ତୋ'ପାଦେ ସଦା ଆରାଧନା,
ଲୋଡା ନାହିଁ ପ୍ରଭୁ ହିରା ନୀଳା ମୋତି,
ଲୋଡା ମୋତେ ତୋରି ସହର,
ତୋ ଆରତି ,
ତୋ’ରି ଦୂଆର,
ତୋ ରାଇଜେ, ତୋ ଦୁଆରେ ଦେବୁ ପଛେ କୋଟି ଅବା ସହସ୍ର ପ୍ରହାର,
ମୋର ଲୋଡା ତୋ ପାବନ ସ୍ପର୍ଷ, ତୋ ରାଇଜେ ରହି,
ଶ୍ରୀକ୍ଷେତ୍ର ନ ହେଉ ,
କଳାହାଂଡି ମୋ ବଡଦାଂଡ,
ଯଦି ରହେ ତୋ ବାତ୍ସଲ୍ୟର ହାତ ||
ସ୍ଵପ୍ନ
ରକ୍ତର ଗାର ଲୋଡା ନାହିଁ,
ପୂର୍ଣିମା-ସାଗରର ଉର୍ମି,
ଡେଇଁ ପାରେ ଅସୁମାରୀ ରେଖା,
ବାଢି ପାରେ ଅସୁମାରୀ ଆଶା, ନିରାଶା ଅବା,
ଜୀବନ ଗାଳିଚାରେନୀଳ ନେଳି ବହୁ ବର୍ଣୀଘାସ ||
ଟାଣିପାରେ ଜୀବନ ବା ମୃତ୍ୟୁର ଯବନୀକା,
କ୍ଷଣିକର ଖେଳ,
ସତ୍ୟର ଅନତୀ ଦୂରରେ,
ଆଂକି ଦିଏ ମାନସ ପୃଷ୍ଠାର ଗଭୀର ଗୁହାରେ,
ଚିହ୍ନା ଅବା ଅଚିହ୍ନା ଗୋଲାପ ||
ଭାବନା ସାଗରୁ କଳାଧଳା ଅବା ରଂଗୀନ ରୂପଶିଖା ||
ବାଦଲର ଢେଉ,
ଅଶ୍ଵର ଚକ,
ରୂପସୀର ମେଳ,
ଅସମ୍ଭବର ଭୂବନ-କାନନ |
ଖୁସି ଅବା ଦୁଃଖର ବାଡ ଏଠି ନାହିଁ,
ନାହିଁ ଏଠି ଦେବ କିମ୍ବା ଦୈତ୍ୟର ବିତ୍ୟାସ||
ବିରୋଧ ନାହିଁ ନିଆଁ ବା ପାଣିର ||
ଗଢି ହୁଏ ତାଜ୍ ମହଲ୍ ପଲକ ଝୁକାରେ,
ତୋଳି ହୁଏ କୋଣାର୍କ ଆଖି ପିଛୁଳାକେ,
ପହଂଚି ପାରେ ଏଥେନ୍ସ ଅବା ଟୋକିଓର ଉଚ୍ଚ ଅଟ୍ଟାଳିକା କ୍ଷଣିକର ସମୟ ମଧ୍ୟରେ ,
ନିର୍ବିଘ୍ନରେ, ନିଶ୍ଚଳ ବା ଚଳନ୍ତା ଶରୀରେ||
ତେବେ,
ସବୁ ଏଠି ମିଛ,
ସତ୍ୟର ରାଇଜ ଏଠୁ ଦୂର ଦିଗନ୍ତରେ,
ଏଇ ବସତି ନିର୍ମାଣେ,
ଲୋଡା ନାହିଁ ଇଟା, ବାଲି , ସିମେଣ୍ଟ ଅବା ରଂଗ ତୁଳୀର ଖେଳ ||
ଲୋଡା ନାହିଁ ମିସ୍ତ୍ରୀ ଅବା ଇଂଜିନିୟର୍ ର ହାତ ||
ମନର ଇଂଗିତରେ ସମାପିତ ହୁଏ,
ସାଗର, ପର୍ବତ ଅବା ,
ସୃଷ୍ଟି , ନବ ବ୍ରହ୍ମାଣ୍ଡର ||
ଇତିହାସ ହୋଇ ନ ପାରଇ,
ତେବେ କେଉଁ ଏକପୃଷ୍ଠା ରେ ରହିଯାଏ,
ଝିପି ଝିପି ବର୍ଷାର ଝାପ୍ସା ଏକ ସ୍ମୃତି,
ଯଦି ନୁହେଁ ବର୍ଷା ଅବା ସ୍ପଷ୍ଟ ରେଖାକୃତି |
କାଳେ,
ଛୁପି ରହେ ତା'ରି ମଧ୍ୟେ ଭବିଷ୍ୟତର ଗମ୍ଭୀର ଇତିବୃତ୍ତି ||
ଗାନ୍ଧୀ କୁ ଦେଇପାରେ ମହାତ୍ମାର ଆକୃତି ||
ଧନୀ ବା ଫକୀର,
ଚାହିଁ ବସେ,
ଲୋଭ ନୟନରେ ଅବା ,
ଭୀତ ପ୍ରାୟ ମୁଖମଣ୍ଡଳରେ,
ସ୍ଵପ୍ନ
ରକ୍ତର ଗାର ଲୋଡା ନାହିଁ,
ପୂର୍ଣିମା-ସାଗରର ଉର୍ମି,
ଡେଇଁ ପାରେ ଅସୁମାରୀ ରେଖା,
ବାଢି ପାରେ ଅସୁମାରୀ ଆଶା, ନିରାଶା ଅବା,
ଜୀବନ ଗାଳିଚାରେନୀଳ ନେଳି ବହୁ ବର୍ଣୀଘାସ ||
ଟାଣିପାରେ ଜୀବନ ବା ମୃତ୍ୟୁର ଯବନୀକା,
କ୍ଷଣିକର ଖେଳ,
ସତ୍ୟର ଅନତୀ ଦୂରରେ,
ଆଂକି ଦିଏ ମାନସ ପୃଷ୍ଠାର ଗଭୀର ଗୁହାରେ,
ଚିହ୍ନା ଅବା ଅଚିହ୍ନା ଗୋଲାପ ||
ଭାବନା ସାଗରୁ କଳାଧଳା ଅବା ରଂଗୀନ ରୂପଶିଖା ||
ବାଦଲର ଢେଉ,
ଅଶ୍ଵର ଚକ,
ରୂପସୀର ମେଳ,
ଅସମ୍ଭବର ଭୂବନ-କାନନ |
ଖୁସି ଅବା ଦୁଃଖର ବାଡ ଏଠି ନାହିଁ,
ନାହିଁ ଏଠି ଦେବ କିମ୍ବା ଦୈତ୍ୟର ବିତ୍ୟାସ||
ବିରୋଧ ନାହିଁ ନିଆଁ ବା ପାଣିର ||
ଗଢି ହୁଏ ତାଜ୍ ମହଲ୍ ପଲକ ଝୁକାରେ,
ତୋଳି ହୁଏ କୋଣାର୍କ ଆଖି ପିଛୁଳାକେ,
ପହଂଚି ପାରେ ଏଥେନ୍ସ ଅବା ଟୋକିଓର ଉଚ୍ଚ ଅଟ୍ଟାଳିକା କ୍ଷଣିକର ସମୟ ମଧ୍ୟରେ ,
ନିର୍ବିଘ୍ନରେ, ନିଶ୍ଚଳ ବା ଚଳନ୍ତା ଶରୀରେ||
ତେବେ,
ସବୁ ଏଠି ମିଛ,
ସତ୍ୟର ରାଇଜ ଏଠୁ ଦୂର ଦିଗନ୍ତରେ,
ଏଇ ବସତି ନିର୍ମାଣେ,
ଲୋଡା ନାହିଁ ଇଟା, ବାଲି , ସିମେଣ୍ଟ ଅବା ରଂଗ ତୁଳୀର ଖେଳ ||
ଲୋଡା ନାହିଁ ମିସ୍ତ୍ରୀ ଅବା ଇଂଜିନିୟର୍ ର ହାତ ||
ମନର ଇଂଗିତରେ ସମାପିତ ହୁଏ,
ସାଗର, ପର୍ବତ ଅବା ,
ସୃଷ୍ଟି , ନବ ବ୍ରହ୍ମାଣ୍ଡର ||
ଇତିହାସ ହୋଇ ନ ପାରଇ,
ତେବେ କେଉଁ ଏକପୃଷ୍ଠା ରେ ରହିଯାଏ,
ଝିପି ଝିପି ବର୍ଷାର ଝାପ୍ସା ଏକ ସ୍ମୃତି,
ଯଦି ନୁହେଁ ବର୍ଷା ଅବା ସ୍ପଷ୍ଟ ରେଖାକୃତି |
କାଳେ,
ଛୁପି ରହେ ତା'ରି ମଧ୍ୟେ ଭବିଷ୍ୟତର ଗମ୍ଭୀର ଇତିବୃତ୍ତି ||
ଗାନ୍ଧୀ କୁ ଦେଇପାରେ ମହାତ୍ମାର ଆକୃତି ||
ଧନୀ ବା ଫକୀର,
ଚାହିଁ ବସେ,
ଲୋଭ ନୟନରେ ଅବା ,
ଭୀତ ପ୍ରାୟ ମୁଖମଣ୍ଡଳରେ,
କାଳେ ସ୍ଵପ୍ନ ବି ସତ ହୋଇ ଯାଏ ||
ଜୀବନ ସ୍ମୃତି
ସ୍ମୃତିର ସରିତା,
ବହିଯାଏ ସପ୍ତସୂରେ,
ଉଠାଚଢା କେତେ,
ବାଲି ପଥରରେ ,
ଦୂଆରେ ଦୂଆରେ,
ରାହା କାଢିନିଏ,
ବହି ଚାଲେ,
ଯାଇ ମିଳେ ଜୀବନର ନୀଳ ପାରାବାରେ ||
ଜୀବନ ସାଗର,
ନୀଳ ଜଳ ଗର୍ଭ,
ଅଗଣିତ ସରିତାର ମେଳ ,
କେତେ ମହାନଦୀ କେତେ କାଠଯୋଡି,
ଗଣନା ବାହାର ||
ସୁଖ ଭରା ସ୍ମୃତି,
କେବେ ମନେ ଆଣେ,
ସରସ ଶୀତଳ ପବନର ଠାର |
ଦୁଃଖ ଭରା ସ୍ମୃତି,
ତନେ ଡେରିଦିଏ,
ଲହୁ-ଲୁହ , ସ୍ଵେଦର ସମ୍ଭାର ||
ତିନି ଦଶକରେ କେତେ ଦିନ?
କେତେ ଘଣ୍ଟା କେତେ ବା ପଲକ?
ଏ ଜୀବନ ଯୌବନ ସମୟର ଖେଳ ,
କାଳ ପରା ମହାବଳିଆର ||
କେବେ ହସ ଭରେ,
କେବେ ଅଶୃ ଝରେ,
କବେ ଗାଏ ଗମ୍ଭୀର ଚିନ୍ତାର ସୂର |
ସବୁ ଭଂଗୁର ,
କାଳ ବିଅସ୍ଥିର,
ଏକ ସତ ଶିବ ଓ ସୁନ୍ଦର,
ଚକା ଆଖି ଯେବେ ସାହାରା ମୋହର,
ମୋ ହାତରେ ଶତ ବାହୁର ବଳ |
ଦୁଃଖ ଅବା ସୁଖ,
ନାହିଁ ପରବାୟ,
ମନ ଯେବେ ଚରଣେ ତାହାର ||
ସେହି ଏକା ସତ,
ସେହି ଏକା ଶିବ,
ସେହି ମୋରି ସ୍ମୃତିର ସାରାଂଶ,
ସେହି ଏକା ମୋରି ପାଇଁ ଜୀବନ ସୁନ୍ଦର ||
ସୃଷ୍ଟି
ସୁଖର ପରିଧି ପାରେ ଦୁଃଖର ନୀଳୟ,
ସୃଷ୍ଟି ସୁଖ ଦୁଃଖର ଆଳୟ ।
କ୍ଷଣେ ସବୁଜିମା,
କ୍ଷଣେ ଶୁଷ୍କ ପତର ଶିଖର,
କ୍ଷଣେ ବର୍ଷା, ଆତପ ଗଭୀର ।।
ବସନ୍ତର ମାଳୟରେ ନାଚି ଉଠେ ଧରା,
କୋଇଲିର କୁହୁତାନେ,
ପୁଷ୍ପମେଳେ ମଧୁର ସଂସାର ।
ଗ୍ରୀଷ୍ମ ପୁଣି ଆସେ ନେଇ,
ଶୁଷ୍କତା,
ବର୍ଷା ବିହୁନେ ସୃଷ୍ଟିରେ,
ଖେଳିଯାଏ ପୁଣି ହାହାକାର ।।
ଆମାବସ୍ୟାର ଅନ୍ଧକାର,
କଳା ମିଟିମିଟି ରାତିରେ,
ଖଦ୍ୟୋତ ଖୋଲିଦିଏ ତା'ର ଖେଳଘର,
ପର ମୁହୂର୍ତ୍ତରେ,
ପୁର୍ଣିମାର ଚନ୍ଦ୍ରମାରେ
ହସିଉଠେ ଧରା,
ପାଇବାକୁ
ଚନ୍ଦ୍ର ଜ୍ୟୋଷ୍ଣାର ଅମୃତ ଧାରା ।।
ଜନ୍ମର କୁଆଁ କୁଆଁ ରାଵ,
ମିଠା, ପିଠା, ହସ, ନାଚ,
ସଂଗୀତରେ ହସିଉଠେ,
ସାରା ପରିବାର ।।
ମୃତ୍ୟୁର ବିଭୀଷିକା ଆଣେ,
କାନ୍ଦ, ଶୋକ,
ଅସହାୟତାର ତୁଙ୍ଗ ପ୍ରହାର ।।
ସୁଖର ପରିଧି ପାରେ ଦୁଃଖର ନୀଳୟ,
ସୃଷ୍ଟି ସୁଖ ଦୁଃଖର ଆଳୟ ।।
ଜୀବନ ସ୍ମୃତି
ସ୍ମୃତିର ସରିତା,
ବହିଯାଏ ସପ୍ତସୂରେ,
ଉଠାଚଢା କେତେ,
ବାଲି ପଥରରେ ,
ଦୂଆରେ ଦୂଆରେ,
ରାହା କାଢିନିଏ,
ବହି ଚାଲେ,
ଯାଇ ମିଳେ ଜୀବନର ନୀଳ ପାରାବାରେ ||
ଜୀବନ ସାଗର,
ନୀଳ ଜଳ ଗର୍ଭ,
ଅଗଣିତ ସରିତାର ମେଳ ,
କେତେ ମହାନଦୀ କେତେ କାଠଯୋଡି,
ଗଣନା ବାହାର ||
ସୁଖ ଭରା ସ୍ମୃତି,
କେବେ ମନେ ଆଣେ,
ସରସ ଶୀତଳ ପବନର ଠାର |
ଦୁଃଖ ଭରା ସ୍ମୃତି,
ତନେ ଡେରିଦିଏ,
ଲହୁ-ଲୁହ , ସ୍ଵେଦର ସମ୍ଭାର ||
ତିନି ଦଶକରେ କେତେ ଦିନ?
କେତେ ଘଣ୍ଟା କେତେ ବା ପଲକ?
ଏ ଜୀବନ ଯୌବନ ସମୟର ଖେଳ ,
କାଳ ପରା ମହାବଳିଆର ||
କେବେ ହସ ଭରେ,
କେବେ ଅଶୃ ଝରେ,
କବେ ଗାଏ ଗମ୍ଭୀର ଚିନ୍ତାର ସୂର |
ସବୁ ଭଂଗୁର ,
କାଳ ବିଅସ୍ଥିର,
ଏକ ସତ ଶିବ ଓ ସୁନ୍ଦର,
ଚକା ଆଖି ଯେବେ ସାହାରା ମୋହର,
ମୋ ହାତରେ ଶତ ବାହୁର ବଳ |
ଦୁଃଖ ଅବା ସୁଖ,
ନାହିଁ ପରବାୟ,
ମନ ଯେବେ ଚରଣେ ତାହାର ||
ସେହି ଏକା ସତ,
ସେହି ଏକା ଶିବ,
ସେହି ମୋରି ସ୍ମୃତିର ସାରାଂଶ,
ସେହି ଏକା ମୋରି ପାଇଁ ଜୀବନ ସୁନ୍ଦର ||
ସୃଷ୍ଟି
ସୁଖର ପରିଧି ପାରେ ଦୁଃଖର ନୀଳୟ,
ସୃଷ୍ଟି ସୁଖ ଦୁଃଖର ଆଳୟ ।
କ୍ଷଣେ ସବୁଜିମା,
କ୍ଷଣେ ଶୁଷ୍କ ପତର ଶିଖର,
କ୍ଷଣେ ବର୍ଷା, ଆତପ ଗଭୀର ।।
ବସନ୍ତର ମାଳୟରେ ନାଚି ଉଠେ ଧରା,
କୋଇଲିର କୁହୁତାନେ,
ପୁଷ୍ପମେଳେ ମଧୁର ସଂସାର ।
ଗ୍ରୀଷ୍ମ ପୁଣି ଆସେ ନେଇ,
ଶୁଷ୍କତା,
ବର୍ଷା ବିହୁନେ ସୃଷ୍ଟିରେ,
ଖେଳିଯାଏ ପୁଣି ହାହାକାର ।।
ଆମାବସ୍ୟାର ଅନ୍ଧକାର,
କଳା ମିଟିମିଟି ରାତିରେ,
ଖଦ୍ୟୋତ ଖୋଲିଦିଏ ତା'ର ଖେଳଘର,
ପର ମୁହୂର୍ତ୍ତରେ,
ପୁର୍ଣିମାର ଚନ୍ଦ୍ରମାରେ
ହସିଉଠେ ଧରା,
ପାଇବାକୁ
ଚନ୍ଦ୍ର ଜ୍ୟୋଷ୍ଣାର ଅମୃତ ଧାରା ।।
ଜନ୍ମର କୁଆଁ କୁଆଁ ରାଵ,
ମିଠା, ପିଠା, ହସ, ନାଚ,
ସଂଗୀତରେ ହସିଉଠେ,
ସାରା ପରିବାର ।।
ମୃତ୍ୟୁର ବିଭୀଷିକା ଆଣେ,
କାନ୍ଦ, ଶୋକ,
ଅସହାୟତାର ତୁଙ୍ଗ ପ୍ରହାର ।।
ସୁଖର ପରିଧି ପାରେ ଦୁଃଖର ନୀଳୟ,
ସୃଷ୍ଟି ସୁଖ ଦୁଃଖର ଆଳୟ ।।
3 comments:
which language is this? pls give the translation.
thanks 4 your interest, it is in oriya,first poem's title is 'mukti' meaning freedom here and other is 'swapna' i.e. dream. it is difficult to post all meaning now, if u r interested to know , plz mail me with your id i will try.
Post a Comment