ଦାଦା




 ତୁମେ ଯେ ଅନନ୍ତ



ତୁମେ ଶାନ୍ତନୁ,
ଭରତ ପୁତ୍ର ଅବା ପାଂଣ୍ଡବ ପିତାମହ,
ଧରାର ନାଟକରେ ,
ଆତ୍ମାର ଏକ ଚରୀତ୍ରରେ,
ହୋଇ ପାର ଏକ ସମାପିକା,
ପୂର୍ଣ୍ଣଚ୍ଛେଦ ଏକ କବିତାରେ,
ମୋ ହୃଦୟେ ତୁମେ ଚିରଂଜୀବୀ ,
ଅଜର ଅମର,
ଦିବା ଆଲୁଅରେ,
ହୋଇ ପାର ଖରା ଛାଇର ଖେଳ,
ମୋ ହୃଦୟେ ବ୍ରହ୍ମାଣ୍ଡ ଆଲୁଅ, 
ଚୀର ଛାୟାକୃତି ଲକ୍ଷ ଆଲୋକବର୍ଷର ,
ନାହିଁ ତୁମ ମୃତ୍ୟୁ , 
ନହେବ ବିନାଶ ।।
ଯେ ସୃଷ୍ଟି କରେ ହନୁମାନର ସେନା, 
ତାର ଅବା ମୃତ୍ୟୁ?
ଯେ ଗଢି ପାରେ ଏକରୁ ସହସ୍ର,
ଯାହାରି ହସ୍ତେ ସିଦ୍ଧ, ବିଶ୍ୱକର୍ମାର ପୁରୀ,
ବାହୁରେ ଯାହାର ଜନ୍ମେ ଭୀମର ସପଥ,
ପ୍ରଚେଷ୍ଟାରେ ଛିଞ୍ଚି ଦିଅ
ଅଶ୍ୱିନୀର ଅମୃତ ବାରି,
ତୁମର ବା କିଏ ଅନ୍ତକାରୀ ?

ତୁମ ସୃଷ୍ଟ ଗୋକୁଳରେ ଶତ କୃଷ୍ଣ ,
କରେ ଏଠି ପାଞ୍ଚଜନ୍ୟର ନାଦ,
ଧର୍ମକ୍ଷେତ୍ରେ ଉଭା ଆଜି ସହସ୍ର ରକ୍ଷକ,
ଧର୍ମର ରକ୍ଷାରେ ରାଷ୍ଟ୍ର ସେବାରେ,
ଅହିଂସାର କରେ ଶଙ୍ଖନାଦ ।।

ତୁଳସୀର ସୁବସରେ ତୁମେ ସୁବାସିତ,
ଭାର୍ଗବୀର ନିରେ ତୁମେ ଚୀର ପଲ୍ଲଵିତ,
କୁବେର ସମ୍ପତ୍ତି ଅବ ହୀରା ନୀଳ ମୋତି,
ତୁମ ହସ୍ତେ ରାମ ହସ୍ତ, 
ଅହଲ୍ୟା ର ଉଦ୍ଧାର ବି କର,
ତୁମ ପାଇଁ  ଅନୁଷୟା ର ପ୍ରିତୀ
ତୁମପାଇଁ ଆଦ୍ୟାଶ୍ରୀ ର ପ୍ରିତୀ ।।
ତୁମେ ଶାନ୍ତନୁ,
ଅନ୍ତ ନାହିଁ ତୁମ
ତୁମେଯେ ଅନନ୍ତ ।।

ନୃସିଂହନାଥ , ତା 19/8/2019

***


ତୁମେ ରହିଗଲ ଆଜି ଚିତ୍ରରେ...



ତୁମେ ରହିଗଲ ଆଜି ଚିତ୍ରରେ...
ମୁଁ ଯେ ସଜ ହସ ଲୋଡ଼େ ଓଷ୍ଠରେ,
ସ୍ଥାଣୁ ନିର୍ଜୀବ ହସ କିବା ଫୁଟାଇବ ,
ମୋ ଅଗଣାରେ ଫୁଲ ସଜୀବ?
ମୁଁ ତୁମ ଦୂରଦୃଷ୍ଟିର ଆଶାରେ ,
ତୁମେ ରହିଗଲ ଆଜି ଚିତ୍ରରେ...।।

ବାଡ଼ି ସିନା ଏଠି ରହିଗଲା,
ତୁମ ହାତ କାହିଁ ଆଜି ହଜିଗଲା ,
 ଆଦ୍ୟା ବାଡ଼ି ଧରି ଖୋଜେ  ଅଗଣାରେ  ,
ବଡୁକୁ ନେବ ସେ ବାବା ଘରେ,
ତୁମେ ବସ୍ତବରୁ ଗଲ ସ୍ୱପ୍ନରେ..
ତୁମେ ରହିଗଲ ଆଜି ଚିତ୍ରରେ   ।।

ମୋର ସଦା ଜର୍ଜର ଶରୀର,
 ତୁମ ସ୍ପର୍ଶରେ ହୁଏ ଉର୍ବର,
ପାଟି ଖୋଜେ ତୁମ ଛୁଆଁ ମହୁର,
ତୁମ ହାତେ ବିଷ ଅମୃତ ଧାର,
ଶିରେ ଯେବେ ଉଠେ ଘୋର ବେଦନା, 
ତୁମ ସ୍ପର୍ଶରେ ହୁଏ ସବୁ ଉଣା,
 ତୁମ ବିନା ମୁଁ ସଂସାରେ ଅଜଣା,
କିବା ପରିଚୟ କରେ କଳ୍ପନା,
ମୁଁ ଖୋଜି ବୁଲେ ଭୂତ ବିଶ୍ୱରେ,
ତୁମେ ରହିଗଲ ଆଜି ଚିତ୍ରରେ  ।।

ଆଇ ଅଧେ ନେଇ ଗଲେ  ଜୀବନ,
 ଅଧେ ତୁମ ପାଦେ ଆଜି ଅର୍ପଣ,
ସ୍ନେହ ପ୍ରିତୀ ହେଲା ଚୀର ସପନ,
କାହିଁ ଲାଗେନା ଆଜି ମୋ ମନ,
ମୁଁ ରାମାୟଣ ପାଇଁ ଖଟ ପାଖେ,
ଖଟ ତୁମ ପାଇଁ ବୁଡ଼େ ଚୀର ଶୋକେ,
ତୁମେ କହିବ କିପରି ଚିତ୍ରରେ ??
ତୁମେ ରହିଗଲ ଆଜି ଚିତ୍ରରେ... ।।

ମାଁ ଚାହିଁ ବସିଛନ୍ତି ବାଢି ଭାତ ,
ବାପା ଯାଉଛନ୍ତି ଦେବେ  ଡାକ ହାକ ,
ଯେବେ ବାଟ ଚାହେଁ ତୁମ ପାଦ ଧୂଳି,
ପାଦ ଲୁଚେ ଚିତ୍ରରେ ମୁହଁ କେଳି,
କାହୁଁ ଆସିବ ବା ଆଜି ଆମ ଦ୍ୱାରେ,
ତୁମେ ରହିଗଲ ଆଜି ଚିତ୍ରରେ ....।।

ମନ ମାନେନା ତୁମେ ଯେ ନଶ୍ୱର, 
ଖୋଜେ ପ୍ରତି ଦିଗ ଦିଗାନ୍ତରେ,
ସବୁ ଗଛ ଲତା ଖୋଜେ ତୁମ ସ୍ୱର,
ଗାଈ ବାଛୁରୀ ର ଶୁଭେ ହାମା ଠାର ,
ବିଜମରା ଧୂଳି ମାଟି କାନ୍ଦି ଝୁରେ ,
ତୁମେ ରହିଗଲ ଆଜି ଚିତ୍ରରେ ...।।

ଆମେ ତୁମ ସ୍ୱପ୍ନର ରୂପ ଭରା,
ତୁମ ପଣକିଆ ପଢି ଆଗଭରା ,
ତୁମ ହାତ ଗଢ଼ା ସବୁ ପସରା, 
ସବୁ ଖୋଜନ୍ତି କର୍ତାର ଇସାରା,
ମନେ ନାହଁ କି ଦାଦା ତୁମର?
ରାତିପାହିଲାଣି ହେଲା ସକାଳ,
ବାପା ହେବେନିକି ଆଜି ଜୁହାର !
ଚାରି ଦିଗେ ମୁଁ ଜେ ଖୋଜି ମରେ,
ତୁମେ ରହିଗଲ ଆଜି ଚିତ୍ରରେ...।।
ନୃସିଂହନାଥ , ତା 22/8/2019

No comments: