Tuesday, January 19, 2010

ମୁଁ ଓଡିଆ

ମୁଁ  ଓଡିଆ,
କେରଳର ଗୁରୁବାୟୁରଦର୍ଶନ ରେ ,
ପ୍ରତି ଦେବାଳୟର ସଂଜ ଦୀପରେ,
ମନେପଡେ ମୋ କାଳିଆ ।


ନୀଳ ଦରିଆର ପ୍ରତି ପାରାବାର,
କୁମରକ୍କମ୍ ର ଜଳ-ନାରିକେଳ,
ସ୍ମୃତି ଦିଏ,
ଚିଲିକାର ନୀଳବଣର ସଜିଆ ।


ସମ୍ବର,ଇଡିଲିର ବାସ,
ଶହ ପିଠା-ମିଠା, ମନ ମାନେ ନାହିଁ
ମନେ ପଡେ ସଦା,
କାଳିଆର ଡାଲମା ବାଡିଆ ।


ସଂଜ ନଇଁଲେ,
ନିଦ ଆଖି ପାଖେ, ମନେ ନାଚେ,
ଜେଜେମାଁ କୋଳର,
ଗପ-ଗୀତ ନାନାବାଇଆ ।


ଭରତ ନାଟ୍ୟମ୍, କଥକଲିମେଳ,
ଆଖି ସିନା ଦେଖେ,
ମନେ ନାଚେ,
ଓଡିଶୀ, ଘୁମୁରା, ବାଘନାଚ ମୋର ବଢିଆ ।


ମୁନାର ସୁନ୍ଦର,
ଅଲେପି ସୁନ୍ଦର,
ନଡିଆ ବାଡରେ ନୀଳ ନୀର ଭଲ,
ମନ କାହିଁ ଖୋଜେ,
ଫୁର୍ଲିଝରନ୍ କୋଳେ ଦୃଶ୍ୟ-ସାଗୁଆ ।


ତ୍ରିବେନ୍ଦ୍ରମ୍ ର ଉଚ୍ଚ ଶିବାଳୟ,
ଗଣେଶ ମେଳରେ,
ଅଗ୍ରଜ କୁମାର,
ଅନନ୍ତ ବାସୁଦେବ ମନ୍ଦିର ବିଶାଳ,
ମନେପଡେ, ବାଇଶି ପାହିଆ ।

ବିନ୍ଦୁ ସାଗର,
ଧରମପଦର ବଡ ମୁଣ୍ଡିଆ ।
ଯହିଁ ଯାଏ ମୁହିଁ ମନେପଡେ ମୋତେ,
ମାଁ ତୋର କୋଳ,
ମୁଁ ସଦା ପାଇଁ ଓଡିଆ।

No comments: